A Phula Kaha Thare

A Phula Kaha Thare

Anuradha Paudwal

Длительность: 5:17
Год: 1985
Скачать MP3

Текст песни

ଏ ଫୁଲ କହ ଥରେ
ମୋ କାନେ ଗୁପତରେ
କି ହୁଏ ତୋ ତନୁରେ
ଭମର ଚୁମିବା ପରେ?

ଏ ଫୁଲ କହ ଥରେ
ମୋ କାନେ ଗୁପତରେ
କି ହୁଏ ତୋ ତନୁରେ
ଭମର ଚୁମିବା ପରେ?

ଏ ଫୁଲ କହ ଥରେ

ତୋରି ପରି ଦିନେ ଲୋ ଫୁଲ, ମୋ ମନ ଥିଲା କୁଆଁରୀ
ଗାଉ ମୁଁ ଥିଲି, ନାଚୁ ମୁଁ ଥିଲି, ଫଗୁଣରେ ଖେଳି-ଖେଳି
କାହୁଁ ଲୋ ଆସି ସେ ପରଦେଶୀ, ତନୁ-ମନ କଲା ଚୋରି
ଚୋର ସିନା ଲୋ କଲା ଚୋରି ମୋତେ, ଶୀତେଇ ନେଉଛି ଧରି

ଲାଗେ ଲୋ ଭାରି ଡ଼ର
ଥରୁଚି ଛାତି ମୋର
ପାଦ ମୋ ଟଳମଳ
ଲାଜେ ମୁଁ ଜର-ଜର

କହ ଏ କି' ମୋର ହେଲାରେ, ଓ, ଓ, ଓ

କହରେ ପ୍ରଜାପତି
ମୋ କାନେ ଚୁପି-ଚୁପି
ସେ କି ତୋ ଏକା ସାଥି?
ଯେ ଫୁଲେ ଚୁମୁଚୁ ନିତି

ଏ ଫୁଲ କହ ଥରେ

ଯେଦିନ ରାତେ ମୋ ବନ୍ଧୁ ମୋତେ, ଦେଲେଲୋ ପହିଲି ଛୁଆଁ
ଜୀବନ ଥାଇ ମରଣ ହେଲା, ଲାଗୁଥିଲା ନୂଆଁ-ନୂଆଁ
ହେଲେ କାହିଁ ସେ ଗଲେ ବିଦେଶେ, ଏ ମନେ ଲଗାଇ ନିଆଁ?
ସେ ନିଆଁ ଲାଗି ମୋ ମନ ଫୁଲ, କୁହୁଳି ହୁଏ ଲୋ ଧୂଆଁ

ଆଖିକୁ ନିଦ ନାହିଁ
ପେଟକୁ ଭୋକ ନାହିଁ
ହସିଲେ କାନ୍ଦେ ମୁଁହି
କାନ୍ଦିଲେ ହସୁଥାଇ

କହ ଏ କି'ମୋର ହେଲାରେ, ଓ, ଓ, ଓ

କେ କହେ ପାଗଳିନୀ
କେ କହେ କାଳଙ୍କିନୀ
କେ ମୋତେ କହେ ପୁଣି
ମୁଁ ଏକ ରାଜାର ରାଣୀ

ଏ ଫୁଲ କହ ଥରେ
ମୋ କାନେ ଗୁପତରେ
କି ହୁଏ ତୋ ତନୁରେ
ଭମର ଚୁମିବା ପରେ
ଏ ଫୁଲ କହ ଥରେ