Jaai Phoola Lo Jaai Phoola

Jaai Phoola Lo Jaai Phoola

Govind & Pami

Альбом: Jaai Phoola
Длительность: 4:51
Год: 2007
Скачать MP3

Текст песни

ଏ ଜାଇଫୁଲ ଲୋ ଜାଇଫୁଲ
ମୁଁ ଜାଇଫୁଲ ରେ ଜାଇଫୁଲ
ଏ ଜାଇଫୁଲ ଲୋ ଜାଇଫୁଲ
ମୁଁ ଜାଇଫୁଲ ରେ ଜାଇଫୁଲ

ଆ' ରେ ଆ'
ରସିକ ନାଗର ଶୁଣିକି ଯା'
ବିବାହ ପ୍ରସ୍ତାବ ଦେଇଛି ମାଆ
ଆର ବରଷ କୁ ଅନେଇ ଥା
ପାଚିଲେ ଖାଇବୁ ବେଲ

ଆ' ଟିକେ, ଆ' ଟିକେ କରିଦେ ମତେ ଗେଲ

ମୁଁ ଜାଇଫୁଲ ରେ ଜାଇଫୁଲ
ଏ ଜାଇଫୁଲ ଲୋ ଜାଇଫୁଲ
ମୁଁ ଜାଇଫୁଲ ରେ ଜାଇଫୁଲ

ଆଲୋ ସାଇଲା-ସାଇଲା ମତେ
ତୋ ଚାହାଣି ମୃଗ-ନୟନି
ଆଲୋ ଘାଇଲା କରିଲା ମତେ
ଚାଲି ତୋ ଗଜ-ଗାମିନୀ

କଇୟାନ ଗଛର ଛାଇ
ଆଲୋ ମୋ ସଜନା ଛୁଇଁ
ଅନେଇ ବସିଛି ମୁହିଁ
ଆଲୋ ଆ ମୋ ପାଖକୁ ଧାଇଁ

ଆରେ ମଗୁଶିର ଶୀତ ମାସ
କଅଁଳ ଖରା ର ଧାସ
ବାଣୁଆ ଧରିଛି ଫାସ
ପାଣିରେ ଖେଳୁଛି ହଂସ

କାଚ ଭାଙ୍ଗିଗଲେ ଚୁନା
କ୍ଷୀର ଛିଡିଗଲେ ଛେନା
କନିଆଁ ନ ହେବା ଯାଏଁ
ଆରେ ଆଗରୁ ଛୁଇଁବା ମନା

ନାଇଁ ରେ ନା, କାଳେ ଆସିଯିବ ବତାସ ବାଆ
ତଥାପି ଆମକୁ ଦଇବ ସାହା
ଆହୁଲା ମାରି ତୁ କୂଳକୁ ଆ'
ପାଣିରେ ଭାସୁଛି ସୋଲୋ

ଆ' ଟିକେ, ଆ' ଟିକେ କରିଦେ ମତେ ଗେଲ

ମୁଁ ଜାଇଫୁଲ ରେ ଜାଇଫୁଲ
ଏ ଜାଇଫୁଲ ଲୋ ଜାଇଫୁଲ
ମୁଁ ଜାଇଫୁଲ ରେ ଜାଇଫୁଲ

ଆଲୋ ସରଗ ରୁ ଚାନ୍ଦ, ତାରା
ତୋଳି ଆଣି ଦେବି ପରା
କହ କେବେ ଦବୁ ଧରା?
ଆଲୋ ମୋ ଲୋଟଣି ପାରା

ବିଲରେ ବଇତି ଆଳୁ
ଆଲୋ ମୋ ପାଣି କଖାରୁ
ଛିଟିକି ଯାଉଛୁ କାଇଁ
ଆଲୋ ତତେ ଟିକେ ଧରୁ-ଧରୁ

ଆରେ ଧରାଦେଲେ କଥା ସରେ
ମଜା ଥାଏ ଦୂରେ-ଦୂରେ
ଡାଳେ-ଡାଳେ ଗଲେ ତୁହି
ମୁହିଁ ପତରେ-ପତରେ

ଖରା ମାରେ ଚାଇଁ-ଚାଇଁ
କଦଳୀ ମଞ୍ଜା ର ରାଇ
ନଅ ଋତୁ ହେଲେ ବାଇ
ଆରେ ଫୁଲକୁ ଛୁଇଁବା ପାଇଁ

ମୋ ରାଣ ଖା'
ଆଉ କାହା ହାତ ଧରି ନ ଯା'
ସତରେ ଯବର କପାଳ ସାହା
ଥରେ ଜମା ଆସି ବୁଲିକି ଯା'
ଆରେ ମୋ କଖାରୁ ଫୁଲ

ଆ' ଟିକେ, ଆ' ଟିକେ କରିଦେ ମତେ ଗେଲ

ମୁଁ ଜାଇଫୁଲ ରେ ଜାଇଫୁଲ
ଏ ଜାଇଫୁଲ ଲୋ ଜାଇଫୁଲ
ମୁଁ ଜାଇଫୁଲ ରେ ଜାଇଫୁଲ

ଆ' ରେ ଆ'
ରସିକ ନାଗର ଶୁଣିକି ଯା'
ବିବାହ ପ୍ରସ୍ତାବ ଦେଇଛି ମାଆ
ଆର ବରଷ କୁ ଅନେଇ ଥା
ପାଚିଲେ ଖାଇବୁ ବେଲ
ଆ' ଟିକେ, ଆ' ଟିକେ କରିଦେ ମତେ ଗେଲ

ମୁଁ ଜାଇଫୁଲ ରେ ଜାଇଫୁଲ
ଏ ଜାଇଫୁଲ ଲୋ ଜାଇଫୁଲ
ମୁଁ ଜାଇଫୁଲ ରେ ଜାଇଫୁଲ
ଏ ଜାଇଫୁଲ ଲୋ ଜାଇଫୁଲ
ମୁଁ ଜାଇଫୁଲ ରେ ଜାଇଫୁଲ