Sehejadi O Sehejadi

Sehejadi O Sehejadi

Humane Sagar

Длительность: 5:11
Год: 2022
Скачать MP3

Текст песни

ଛପି-ଛପି ଯେ ଆସୁଥିଲା ଛାଇ ନିଦରେ
ସ୍ବପ୍ନ ହେଇ ଯେ ବାସୁଥିଲା ରାତି ଅଧରେ
ହୁଁ, ଧୀରେ-ଧୀରେ ମୋ ଜୀବନେ ଆସି ପ୍ରେମରେ ଦେଲା ଛନ୍ଦି

शहज़ादी, ओ, शहज़ादी
ହଁ, शहज़ादी, ओ, शहज़ादी
ତୁ ମୋ ମନର शहज़ादी
ତୋ ଗୋରା ହାତରେ ପିନ୍ଧେଇଦେବି ନାଲି-ଚୁଡ଼ି, ମେହେନ୍ଦି
ମୋତେ ସାରା ଜୀବନ ଚୁନୁରିରେ ତୋ ରଖିଦେ ବାନ୍ଧି
शहज़ादी, ओ, शहज़ादी
ହଁ, शहज़ादी, ओ, शहज़ादी
ମୋତେ କରିଦେ ତୋ ମଥା-ବିନ୍ଦି
(शहज़ादी)

ଛାତିର ସ୍ପନ୍ଦନ ମୋର ଆସିଯାଏ ଯେତେଥର
ରାତିଦିନ ତୋ କଥା ମନେ ପଡେ ସେତେଥର
ହୋ, କେମିତି ଏ ପ୍ରେମ-ଋତୁ ଆସି ମୋତେ ଦେଲା ଛୁଇଁ
ଆଖି ତଳେ ଲାଖିଗଲୁ କଜଳ ଗାରଟେ ହେଇ

ପଲକରେ ଯେ ରହିଥିଲା ଅଳ୍ପ ଦେଖାରେ
ତୁନି-ତୁନି ଯେ ହସୁଥିଲା ମୋ ମନ ତଳେ
ସେ ହସ ଆଜି ଜୀବନ ମୋର, ମୋ ପାଇଁ ସୁନାଚାନ୍ଦି

शहज़ादी, ओ, शहज़ादी
ହଁ, शहज़ादी, ओ, शहज़ादी
ତୁ ମୋ ହୃଦୟ शहज़ादी
ତୋ ଚମ୍ପାପୁଲିଆ ଦେହକୁ ଫିକା ଲାଗେ ରଙ୍ଗ ହଳଦୀ
ତୋ ଚାହାଣି-ତୀର ଛାତିକୁ ମୋର ଦେଇଛି ବିନ୍ଧି
शहज़ादी, ओ, शहज़ादी
ହଁ, शहज़ादी, ओ, शहज़ादी
ତୁ ରୂପରେ ଭରା ନଦୀ

କେମିତି ତୁ ବୁଣିଦେଲୁ ଲକ୍ଷେ ଫଗୁଣର ଛିଟା?
ଏ ଦୁନିଆଁ ଲାଗେ ଆଜି ମହୁଠାରୁ ବେଶି ମିଠା
ହୋ, ଚୋରା-ଚୋରା ପବନଟା ବୋହେ ଯେବେ ଥିରି-ଥିରି
ମୋତେ ଲାଗେ ଆସୁଛୁ ତୁ ପଦୁଅଁ-ପାଲିଙ୍କି ଧରି

ଜହ୍ନ ହେଇ ଯେ ଲୁଚିଥିଲା ଭସା ମେଘରେ
ଆଜି ଚାନ୍ଦିନୀ ଢାଳିଦେଲା ହୃଦୟ ଘରେ
ପଚାରିଲେ ସେ ଲାଜ କରୁଛି, ଲାଜ ଗହଣା ପିନ୍ଧି

शहज़ादी, ओ, शहज़ादी
ହଁ, शहज़ादी, ओ, शहज़ादी
ତୁ ମୋ ପ୍ରେମର शहज़ादी
ତୁ କହିଲେ ତୋତେ ଝୁଲେଇଦେବି ଫୁଲର ଦୋଳି ବାନ୍ଧି
ମୋ ସବୁ ଜନମ ତୋପାଇଁ ଦେବି, ତୁ ମାଗିବୁ ଯଦି
शहज़ादी, ओ, शहज़ादी
ହଁ, शहज़ादी, ओ, शहज़ादी
ମୋତେ କରିଦେ ତୋ ପ୍ରେମେ ବନ୍ଦୀ
(शहज़ादी)