Mahabahu

Mahabahu

Kumar Bapi

Альбом: Mahabahu
Длительность: 6:36
Год: 2025
Скачать MP3

Текст песни

ମହାବାହୁ-ମହାବାହୁ
ମହାବାହୁ-ମହାବାହୁ

ହେ ଇନ୍ଦ୍ରନୀଳମଣି, ଏତିକି ମାଗୁଣି
ମଣିମା ଶୁଣିମା ହେଉ
ଶ୍ରୀ ମହାପ୍ରସାଦେ ମୋ ପିତୃ ପୁରୁଷ
ସାତଜନ୍ମ ମୁକ୍ତି ପାଉ

ହେ ଇନ୍ଦ୍ରନୀଳମଣି, ଏତିକି ମାଗୁଣି
ମଣିମା ଶୁଣିମା ହେଉ
ଶ୍ରୀ ମହାପ୍ରସାଦେ ମୋ ପିତୃ ପୁରୁଷ
ସାତଜନ୍ମ ମୁକ୍ତି ପାଉ

ମହାବାହୁ-ମହାବାହୁ
ମହାବାହୁ-ମହାବାହୁ

ଦାରୁବ୍ରହ୍ମ ବୋଲି, ହେ ଦାରୁ ଦେବତା
ସପ୍ତବ୍ରହ୍ମ ବୋଲି ଭାଗବତ ଗୀତା
ଦାରୁବ୍ରହ୍ମ ବୋଲି, ହେ ଦାରୁ ଦେବତା
ସପ୍ତବ୍ରହ୍ମ ବୋଲି ଭାଗବତ ଗୀତା
ସଙ୍ଗୀତବ୍ରହ୍ମ ଯେ ଶ୍ରୀ ଗୀତଗୋବିନ୍ଦ
ଅନ୍ନବ୍ରହ୍ମ ତୁମ ଶ୍ରୀ ମହାପ୍ରସାଦ

ସେହି ଅନ୍ନବ୍ରହ୍ମ, ବ୍ରହ୍ମ ମହାବ୍ରହ୍ମ
ସେହି ପରା ପୁଣ୍ୟ ବ୍ରହ୍ମ
ସେହି ମହାନନ୍ଦ, ସେହି ମହାଭବ
ସେହି ପରା ମହାପ୍ରେମ

ମହାବାହୁ-ମହାବାହୁ
ମହାବାହୁ-ମହାବାହୁ

ବିଚିତ୍ର ମହିମା ମହାପ୍ରସାଦ ରେ
ସବୁ ଦେବତା ଙ୍କ ଆଶା ପାଇବାରେ
ବିଚିତ୍ର ମହିମା ମହାପ୍ରସାଦ ରେ
ସବୁ ଦେବତା ଙ୍କ ଆଶା ପାଇବାରେ
ସେ ପ୍ରସାଦ ପାଇ ସ୍ୱର୍ଗ ପ୍ରାପ୍ତି ହୁଏ
ଜନ୍ମ ଜନ୍ମାନ୍ତର ପାପ ଦୂର ହୁଏ

ସେହି ମହାତପ, ସେହି ମହାଜ୍ଞାନ
ସେହି ପରା ବ୍ରହ୍ମମୟ
ଅନନ୍ତ ଗୁଣ ର ଅନନ୍ତ ମହିମା
ତୁମେ ସେହି ଲୀଳାମୟ

ମହାବାହୁ-ମହାବାହୁ
ମହାବାହୁ-ମହାବାହୁ
ମହାବାହୁ-ମହାବାହୁ
ମହାବାହୁ-ମହାବାହୁ