Bhabara Sahare
Kumar Bapi
6:16ପାଉଁଶ ତଳେ, କୁହୁଳି ଜଳେ ପାଉଁଶ ତଳେ ମୁଁ କୁହୁଳି ଜଳେ ସ୍ମୃତି ମୋର ନାଆ, ମୁଁ ପାଉଁଶ ନିଆଁ ପାଉଁଶ ତଳେ, କୁହୁଳି ଜଳେ ପାଉଁଶ ତଳେ ମୁଁ କୁହୁଳି ଜଳେ ସ୍ମୃତି ମୋର ନା ମୁଁ ପାଉଁଶ ନିଆଁ ସ୍ମୃତି ମୋର ନାଆ, ମୁଁ ପାଉଁଶ ନିଆଁ ସୁନ୍ଦରୀ ନାରୀର ମୁଁ ବିଗତ ଯଉବନ ହଜି ଯାଇଥିବା ମୁଁ ଦୁଷ୍ଟ ପିଲାଦିନ ହୋ, ନଈ କୂଳେ-କୂଳେ ମୁଁ ସମାଧି ମନ୍ଦିର ବିଧବା କପାଳେ ମୁଁ ଯେ ଅସ୍ତ ସିନ୍ଦୂର ମଶାଣି କୋଳେ, ନିତି ଜଳେ ମଶାଣି କୋଳେ ମୁଁ ନିତି ଜଳେ ସ୍ମୃତି ମୋର ନା ମୁଁ ମଶାଣି ନିଆଁ ସ୍ମୃତି ମୋର ନାଆ ମୁଁ ମଶାଣି ନିଆଁ ଅଲୋଡ଼ା ଆଖୋଜା ମୁଁ ଅପୂଜା ମନ୍ଦିର ମୂକ ସାକ୍ଷୀ କେତେ ପ୍ରେମ କାହାଣୀର ଅଙ୍ଗାରେ ଲେଖା ମୁଁ ଯେ ଅଲିଭା ଅକ୍ଷର ପ୍ରେମିକ ପ୍ରେମିକାର ମୁଁ ରକ୍ତ ହସ୍ତାକ୍ଷର ଚଉରା ମୂଳେ, ନିତି ଜଳେ ଚଉରା ମୂଳେ ମୁଁ ନିତି ଜଳେ ସ୍ମୃତି ମୋର ନାଆ, ମୁଁ ଚଉରା ନିଆଁ ସ୍ମୃତି ମୋର ନାଆ, ମୁଁ ଚଉରା ନିଆଁ ପାଉଁଶ ତଳେ, କୁହୁଳି ଜଳେ ପାଉଁଶ ତଳେ ମୁଁ କୁହୁଳି ଜଳେ ସ୍ମୃତି ମୋର ନାଆ, ମୁଁ ପାଉଁଶ ନିଆଁ ପାଉଁଶ ତଳେ, କୁହୁଳି ଜଳେ ପାଉଁଶ ତଳେ ମୁଁ କୁହୁଳି ଜଳେ ସ୍ମୃତି ମୋର ନାଆ, ମୁଁ ପାଉଁଶ ନିଆଁ ସ୍ମୃତି ମୋର ନାଆ, ମୁଁ ପାଉଁଶ ନିଆଁ