Mu Kahibini
Kumar Sanu
5:50ଫଗୁଣର ସାତ ରଂଗେ ରଂଗେଇ ହେଇ ହଉଚୁ କେତେ ଫୁଲେଇ ଆଲୋ ମୋ ରଂଗ ଚଢେଇ । ସଂଗୀତର ସାତ ସୁରେ ରାଗିଣୀ ଗାଇ ହଉଚୁ କେତେ ଫୁଲେଇ ଆଲୋ ମୋ ରଂଗ ଚଢେଇ । ରଂଗ ତୋର ଛାଡି ଯିବ ଲୋ ନିଦ ତୋର ଉଡିଯିବ ।(୨)ା ମୋ ଆଖିରେ,ଆଖିରେ ,ଆଖିରେ ମୋ ଆଖିରେ ତୋ ଆଖି ହେଲେ ଲଢେଇ ହଉଚୁ କେତେ ଫୁଲେଇ ଆଲୋ ମୋ ରଂଗ ଚଢେଇ ।(୨)ା ସାତ ରଂଗ ଲାଗିଚିର ଗୋରୀ ତୋର ସୁନା ଦେହେ ଲାଗିନୀର ପ୍ରେମ ରଂଗ ତୋ ମନରେ ଆଜି ଯାଏ । ହୋ ଆଜି ସେଇ ପ୍ରେମ ରଂଗ ଆଣିଛି ସାଥୀରେ ମୋର ବୋଳି ଦେବି ଧୀରେ ଧୀରେ ଦେହ ମନ ସାରା ତୋର । ମନ ତୋର ମହକିବ ଲୋ ରୂପ ତୋର ଝଟକିବ (୨) ମୁଁ ନେବି ଲୋ ,ନେବିଲୋ ,ନେବିଲୋ ମୁଁ ନେବିଲୋ ତୋ ଠାରୁ ତତେ ଛଡେଇ ହଉଚୁ କେତେ ଫୁଲେଇ ଆଲୋ ମୋ ରଂଗ ଚଢେଇ ।(୨)ା ସାତ ସୁରେ ଗରିଆଲୋ ଗାଉଚୁ ତୁ କେତେ ଗୀତ ପ୍ରେମସୁରେ ମୋ ସାଥିରେ ଗାଇ ଦେଲୋ ଥରେ ମିତ । ଓ ସୁର ତାଳ ମିଶି ଗଲେ ମନ ଆପେ ମିଶି ଯିବ ଥରେ ମନ ମିଶି ଗଲେ ପ୍ରେମ ଆପେ ହେଇ ଯିବ । ହଁ ପ୍ରେମ ଥରେ ହେଇ ଗଲେ ଲୋ ଯୋଡି ଆମ ଜମିଯିବ ପ୍ରେମ ଥରେ ହେଇ ଗଲେ ଲୋ ଯୋଡି ଆମ ଜମିଯିବ ମୁଁ ନେବି ଲୋ ,ନେବିଲୋ ,ନେବିଲୋ ମୁଁ ନେବିଲୋ ମୋ ସାଥେ ତତେ ଉଡେଇ ହଉଚୁ କେତେ ଫୁଲେଇ ଆଲୋ ମୋ ରଂଗ ଚଢେଇ ।(୨)ା ଫଗୁଣର ସାତ ରଂଗେ ରଂଗେଇ ହେଇ ହଉଚୁ କେତେ ଫୁଲେଇ ଆଲୋ ମୋ ରଂଗ ଚଢେଇ । ସଂଗୀତର ସାତ ସୁରେ ରାଗିଣୀ ଗାଇ ହଉଚୁ କେତେ ଫୁଲେଇ ଆଲୋ ମୋ ରଂଗ ଚଢେଇ । ରଂଗ ତୋର ଛାଡି ଯିବ ଲୋ ନିଦ ତୋର ଉଡିଯିବ ।(୨)ା ମୋ ଆଖିରେ,ଆଖିରେ ,ଆଖିରେ ମୋ ଆଖିରେ ତୋ ଆଖି ହେଲେ ଲଢେଇ ହଉଚୁ କେତେ ଫୁଲେଇ ଆଲୋ ମୋ ରଂଗ ଚଢେଇ ।(୨)ା