To Ratha Taanu Taanu

To Ratha Taanu Taanu

Md. Ajiz

Альбом: Chaka Chandana
Длительность: 5:34
Год: 2019
Скачать MP3

Текст песни

ତୋର ରଥ ଟାଣୁ ଟାଣୁ, ତୋର ରଥ ଟାଣୁ ଟାଣୁ
ମତେ ହବକି ମରଣ?
ହାଏରେ ମୋ ଚକାଚନ୍ଦନ
ତୋର ଗୀତ ଶୁଣୁ ଶୁଣୁ, ତୋର ଗୀତ ଶୁଣୁ ଶୁଣୁ
ମୋର ଯିବକି ଜୀବନ?
ହାଏରେ ମୋ ଚକାଚନ୍ଦନ

ରାତି ପାହେ ନାହିଁ ମୋର ଦିନ ସରେନାହିଁ
ରାତି ପାହେ ନାହିଁ ମୋର ଦିନ ସରେନାହିଁ
ତତେ ନ ଦେଖିଲେ ଧନ

ହାଏରେ ମୋ ଚକାଚନ୍ଦନ
ହାଏରେ ମୋ ଚକାଚନ୍ଦନ

ସାରୁ ପତରେ ଯେମିତି ଜଳ, ହୁଏ ଧନ ଢଳ ଢଳ
ସେମିତି ଜୀବନ ଖେଳ
ମିଛ ଖେଳରେ ଖେଳାଳି ହୋଇ ଅବାଟରେ ଯିବି କାଇଁ?
ସଂସାର ମୋ ଲୋଡ଼ାନାହିଁ

ସାରୁ ପତରେ ଯେମିତି ଜଳ, ହୁଏ ଧନ ଢଳ ଢଳ
ସେମିତି ଜୀବନ ଖେଳ
ମିଛ ଖେଳରେ ଖେଳାଳି ହୋଇ ଅବାଟରେ ଯିବି କାଇଁ?
ସଂସାର ମୋ ଲୋଡ଼ାନାହିଁ

ତୋର କଥା ଗୁଣୁ ଗୁଣୁ, ତୋର କଥା ଗୁଣୁ ଗୁଣୁ
ଲୁଚୁ ମୋ ଜୀବନ ଜହ୍ନ

ହାଏରେ ମୋ ଚକାଚନ୍ଦନ
ହାଏରେ ମୋ ଚକାଚନ୍ଦନ

ନୀଳ ଆକାଶେ ପୁନେଇ ଜହ୍ନ ଯେମିତିକି ଛନଛନ
ସେମିତି ଏ ଯଉବନ
କିଛି ନଥିବ ବରଷା ହବ, ଲିଭିଯିବ ସବୁ ଚିହ୍ନ
ମିଛ ମିଛ ସବୁ ସ୍ବପ୍ନ

ନୀଳ ଆକାଶେ ପୁନେଇ ଜହ୍ନ ଯେମିତିକି ଛନଛନ
ସେମିତି ଏ ଯଉବନ
କିଛି ନଥିବ ବରଷା ହବ, ଲିଭିଯିବ ସବୁ ଚିହ୍ନ
ମିଛ ମିଛ ସବୁ ସ୍ବପ୍ନ

ମୋର ରାମ ନାମ ସତ୍ୟ ହେଉ, ରାମ ନାମ ସତ୍ୟ ହେଉ
ଆସୁରେ ମରଣ

ହାଏରେ ମୋ ଚକାଚନ୍ଦନ
ହାଏରେ ମୋ ଚକାଚନ୍ଦନ

ତୋର ରଥ ଟାଣୁ ଟାଣୁ, ତୋର ରଥ ଟାଣୁ ଟାଣୁ
ମତେ ହବକି ମରଣ?
ହାଏରେ ମୋ ଚକାଚନ୍ଦନ
ତୋର ଗୀତ ଶୁଣୁ ଶୁଣୁ, ତୋର ଗୀତ ଶୁଣୁ ଶୁଣୁ
ମୋର ଯିବକି ଜୀବନ?
ହାଏରେ ମୋ ଚକାଚନ୍ଦନ

ରାତି ପାହେ ନାହିଁ ମୋର ଦିନ ସରେନାହିଁ
ରାତି ପାହେ ନାହିଁ ମୋର ଦିନ ସରେନାହିଁ
ତତେ ନ ଦେଖିଲେ ଧନ

ହାଏରେ ମୋ ଚକାଚନ୍ଦନ
ହାଏରେ ମୋ ଚକାଚନ୍ଦନ
ହାଏରେ ମୋ ଚକାଚନ୍ଦନ
ହାଏରେ ମୋ ଚକାଚନ୍ଦନ