Mahanadi Kete Sua

Mahanadi Kete Sua

Bibhu Kishore

Длительность: 4:04
Год: 2004
Скачать MP3

Текст песни

ମହାନଦୀରେ କେତେ ସୁଅ କୁଆଡେ ଗଲାଣି
କେତେ ବାଟ, ଘାଟ, ଘର ବଦଳି ଗଲାଣି
ମହୋଦଧିରେ କେତେ ଢେ଼ଉ ଫେରିତ ଗଲେଣି
ନୂଆ, ପୁରୁଣା କେତେ ଚେହେରା ବଦଳି ଗଲାଣି

ନା ଭାଙ୍ଗିଛି, ନା ଭାଙ୍ଗିବ ଏ ଭାବ ମନ୍ଦିର
ନା କମିଛି, ନା କମିବ ଏ ଖୁସିର ଜୁଆର

ସାକ୍ଷୀ ରହିଲା ଏ ସିଂହ-ଦୁଆର
ସାକ୍ଷୀ ରହିଲା ଏ ସିଂହ-ଦୁଆର

କେତେ ଯେ କଥା ପବନରେ ଉଡ଼ି ତ ଗଲାଣି
କେତେ ଯେ ଚିହ୍ନ ବରଷାରେ ଧୋଇ ତ ଗଲାଣି
କେତେ ନଈ ବାଟ ଭାଙ୍ଗି ମୋଡ଼ି ତ ଗଲାଣି
କେତେ ଘାଟ, କେତେ ତୁଠ ବଦଳି ଗଲାଣି

ନା ବଦଳିଛି ବଦଳିବ ଆମ ସଂସାର
ନା ଛିଡ଼ିଛି ନା ଛିଡ଼ିବ ଏ ସ୍ନେହର ଡୋର

ସାକ୍ଷୀ ରହିଲା ଏ ସିଂହ-ଦୁଆର
ସାକ୍ଷୀ ରହିଲା ଏ ସିଂହ-ଦୁଆର (ସିଂହ-ଦୁଆର)

ନଈ ଦୁଇ କୂଳ ଯୋଡେ ସେତୁବନ୍ଧ ଟିଏ
ଦୁଇ ବଂଶ କୂଳ ଯୋଡେ ବନ୍ଧୁ ହାତଟିଏ
ରକତଠୁ ଗାଢ଼ ଆମ ସଂପର୍କର ରଙ୍ଗ
ପଥରଠୁ ଟାଣ ଆମ ଭରସାର ସଙ୍ଗ

କାଳିଆ ପାଖରେ ମାଗୁଣି ଆମର
ଖୁସିକୁ କାହାର ନ ଲାଗୁ ନଜର
ହସୁଥାଉ ଏଇ ସୁଖ ସଂସାର

ଆକାଶରେ କେତେ ମେଘ କୁଆଡେ ଗଲାଣି
କେତେ ଯେ ପୁନେଇ ରାତି ପାହି ତ ଗଲାଣି
ସମୟ ସୁଅରେ କିଏ କୁଆଡେ ଗଲେଣି
ରଙ୍ଗଢ଼ଙ୍ଗ, ସୁର କେତେ ବଦଳି ଗଲାଣି

ନା ରହିଛି, ନା ରହିବ ସାଥ ଆମର
ସ୍ବାର୍ଥଠୁ ବହୁ ଉପରେ ବନ୍ଧନ ଆମର

ସାକ୍ଷୀ ରହିଲା ଏ ସିଂହ-ଦୁଆର (ସାକ୍ଷୀ ରହିଲା ଏ ସିଂହ-ଦୁଆର)
ସାକ୍ଷୀ ରହିଲା ଏ ସିଂହ-ଦୁଆର (ସାକ୍ଷୀ ରହିଲା ଏ ସିଂହ-ଦୁଆର)
ସାକ୍ଷୀ ରହିଲା ଏ ସିଂହ-ଦୁଆର (ସାକ୍ଷୀ ରହିଲା ଏ ସିଂହ-ଦୁଆର)
ସାକ୍ଷୀ ରହିଲା ଏ ସିଂହ-ଦୁଆର (ସାକ୍ଷୀ ରହିଲା ଏ ସିଂହ-ଦୁଆର)