Magha Re Magha Kahijaa Megha

Magha Re Magha Kahijaa Megha

Udit Narayan

Альбом: Jhia Mun Eka Number
Длительность: 4:47
Год: 2020
Скачать MP3

Текст песни

ମେଘ ରେ ମେଘ, କହିଯା' ମେଘ
କେତେ ଦୂରେ ମୋର ପ୍ରିୟା?

ମେଘ ରେ ମେଘ, କହିଯା' ମେଘ
ମେଘ ରେ ମେଘ, କହିଯା' ମେଘ

କେତେ ଦୂରେ ମୋର ପ୍ରିୟା?

ପ୍ରିୟା, ମୋ ପ୍ରିୟା ଫେରି ନାହିଁ କିଆଁ?
ମୋ ପ୍ରିୟା ଫେରି ନାହିଁ କିଆଁ?

ନଦୀ ରେ ନଦୀ, କହିଯା' ନଦୀ
ନଦୀ ରେ ନଦୀ, କହିଯା' ନଦୀ

ରୁଷିଛି କି ମୋର ପ୍ରିୟା?

ପ୍ରିୟା, ମୋ ପ୍ରିୟା ଫେରି ନାହିଁ କିଆଁ?
ମୋ ପ୍ରିୟା ଫେରି ନାହିଁ କିଆଁ?

କେଜାଣି ପ୍ରିୟା କେଉଁଠି ଥିବ
ମୋ ବିନା ଏକା କେମିତି ଥିବ
ହେ, କେଜାଣି ପ୍ରିୟା କେଉଁଠି ଥିବ
ମୋ ବିନା ଏକା କେମିତି ଥିବ

କହିଥିଲା ସେ ଖବର ଦବ
ଭୁଲିଗଲାଣି ବରଷେ ହବ

ଜହ୍ନ ରେ ଜହ୍ନ, ବୁଝୁନି ମନ
ହେ, ଜହ୍ନ ରେ ଜହ୍ନ, ବୁଝୁନି ମନ

ବଦଳି ଗଲା କି ପ୍ରିୟା?

ପ୍ରିୟା, ମୋ ପ୍ରିୟା ଫେରି ନାହିଁ କିଆଁ?
ମୋ ପ୍ରିୟା ଫେରି ନାହିଁ କିଆଁ?

ମନ୍ଦିର ବେଢା ରହିଛି ସାକ୍ଷୀ
ବଉଳ ବେଦି ରହିଛି ସାକ୍ଷୀ
ହୋ, ମନ୍ଦିର ବେଢା ରହିଛି ସାକ୍ଷୀ
ବଉଳ ବେଦି ରହିଛି ସାକ୍ଷୀ

ତା ମୁହଁ ଆଜି ଖୋଜେ ମୋ ଆଖି
ଦବାକୁ ଅଛି ସିନ୍ଦୂର ବାକି

ପକ୍ଷୀ ରେ ପକ୍ଷୀ, ଆଣିବୁ ଡାକି
ହେ, ପକ୍ଷୀ ରେ ପକ୍ଷୀ, ଆଣିବୁ ଡାକି

ଯେତେ ଦୂରେ ଥାଉ ପ୍ରିୟା

ପ୍ରିୟା, ମୋ ପ୍ରିୟା ଫେରି ନାହିଁ କିଆଁ?
ମୋ ପ୍ରିୟା ଫେରି ନାହିଁ କିଆଁ?

ମେଘ ରେ ମେଘ, କହିଯା' ମେଘ
ମେଘ ରେ ମେଘ, କହିଯା' ମେଘ

କେତେ ଦୂରେ ମୋର ପ୍ରିୟା?

ପ୍ରିୟା, ମୋ ପ୍ରିୟା ଫେରି ନାହିଁ କିଆଁ?
ମୋ ପ୍ରିୟା ଫେରି ନାହିଁ କିଆଁ?

ନଦୀ ରେ ନଦୀ, କହିଯା' ନଦୀ
ନଦୀ ରେ ନଦୀ, କହିଯା' ନଦୀ

ରୁଷିଛି କି ମୋର ପ୍ରିୟା?

ପ୍ରିୟା, ମୋ ପ୍ରିୟା ଫେରି ନାହିଁ କିଆଁ?
ମୋ ପ୍ରିୟା ଫେରି ନାହିଁ କିଆଁ?