Tu Mora Puneira

Tu Mora Puneira

Shakti Mishra

Альбом: Khelana
Длительность: 3:58
Год: 2022
Скачать MP3

Текст песни

ତୁ ମୋର ପୁନେଇର ଚୁନା-ଚୁନା ରୂପାରାତି
ତୁ ମୋର ଚୁଲୁବୁଲି ଚାଟଶାଳୀ ଚିହ୍ନା ସାଥୀ

କହ ଥରେ? ମୋ ଦୁଆରେ
କହ ଥରେ? ମୋ ଦୁଆରେ

ଜାଳିବୁ କି ସଞ୍ଜବତୀ?

ସାଥୀ ମୋ ଜୀବନସାଥି
ସାଥୀ ମୋ ଜୀବନସାଥି

ଚାହାଣୀ ଲାଗୁଛି ତୋରଲୋ
ସତେକି ହେମ-ହରିଣୀ
ଆଲୋ ଦେଇ ଓଢ଼ଣି

ଆଲୋ କାହାଣୀ ପରିକା ଲାଗେଲୋ
କେବେ ତୁ ହବୁ ମୋ ରାଣୀ?
ପାଦରେ ଅଳତା ଟାଣି, ଲୋ ପାଦରେ ଅଳତା ଟାଣି

କହ ଥରେ? ମୋ ଶେଯରେ
କହ ଥରେ? ମୋ ଶେଯରେ

ସାଯିବୁ କି ମଧୁମତୀ?

ସାଥୀ ମୋ ଜୀବନସାଥି
ସାଥୀ ମୋ ଜୀବନସାଥି

ପାଖେଇ ଆସୁଛି ରଜଲୋ
ମୋ ଘରେ ହବୁ ତୁ ସଜ
ହାଏ, ତୋ ଅଳତା ଲାଜ

ଆଲୋ ମନ ମୁଁ ଦେଇଛି ତତେଲୋ
ଜୀବନ ଦେବି ମୁଁ ତତେ
ହାଏ ତୁ ମିଳିଯା ମତେ, ଲୋ ହାଏ ତୁ ମିଳିଯା ମତେ

କହ ଥରେ? ଉଆଁସ ରେ
କହ ଥରେ? ଉଆଁସ ରେ

ସାଜିବୁ କି ଜହ୍ନରାତି?

ସାଥୀ ମୋ ଜୀବନସାଥି
ସାଥୀ ମୋ ଜୀବନସାଥି

ତୁ ମୋର ପୁନେଇର ଚୁନା-ଚୁନା ରୂପାରାତି
ତୁ ମୋର ଚୁଲୁବୁଲି ଚାଟଶାଳୀ ଚିହ୍ନା ସାଥୀ

କହ ଥରେ? ମୋ ଦୁଆରେ
କହ ଥରେ? ମୋ ଦୁଆରେ
ଜାଳିବୁ କି ସଞ୍ଜବତୀ?

ସାଥୀ ମୋ ଜୀବନସାଥି
ସାଥୀ ମୋ ଜୀବନସାଥି
ସାଥୀ ମୋ ଜୀବନସାଥି
ସାଥୀ ମୋ ଜୀବନସାଥି