Tu Chalu Thilu To Batare

Tu Chalu Thilu To Batare

Udit Narayan

Альбом: Mun Raja Tu Rani
Длительность: 5:41
Год: 2020
Скачать MP3

Текст песни

ତୁ ଚାଲୁଥିଲୁ ତୋ ବାଟରେ
ମୁଁ ଚାଲୁଥିଲି ମୋ ବାଟରେ

ତୁ ଚାଲୁଥିଲୁ ତୋ ବାଟରେ
ମୁଁ ଚାଲୁଥିଲି ମୋ ବାଟରେ
ଦେଖା ହେଲା ତୋର ମୋର ଯେଉଁଠି
ମନ ହଜିଗଲା ସେଇଠି, ସେଇଠି
ମନ ହଜିଗଲା ସେଇଠି, ସେଇଠି

ତୁ ଚାଲୁଥିଲୁ ତୋ ବାଟରେ
ମୁଁ ଚାଲୁଥିଲି ମୋ ବାଟରେ

ମନ ଚୋରିହୁଏ ବୋଲି କାହାଣୀରେ ଶୁଣିଥିଲି
ତତେ ଦେଖିଦେଲା ପରେ ଆପେ ଆପେ ବୁଝିଗଲି
ମନ ଚୋରିହୁଏ ବୋଲି କାହାଣୀରେ ଶୁଣିଥିଲି
ତତେ ଦେଖିଦେଲା ପରେ ଆପେ ଆପେ ବୁଝିଗଲି

ତୋପରି ଝିଅ ଟିଏ ସପନରେ ଦେଖିଥିଲି
କେବେ ପୁଣି ଦେଖାହେବ ମନେ ମନେ ଖୋଜୁଥିଲି
ଆଖି ସାଥେ ଆଖି ହେଲା ଏକାଠି
ପାରିଲିନି ଆଉ ଲେଉଟି ଲେଉଟି
ପାରିଲିନି ଆଉ ଲେଉଟି ଲେଉଟି

ତୁ ଚାଲୁଥିଲୁ ତୋ ବାଟରେ
ମୁଁ ଚାଲୁଥିଲି ମୋ ବାଟରେ

ଜହ୍ନ ହସେ ଆକାଶରେ ସଞ୍ଜ ନଇଁଗଲା ପରେ
ତୁ ହସୁଛୁ ମୋ ଆଖିରେ ଅନ୍ଧାରରେ ଆଲୁଅରେ
ହୋ ଜହ୍ନ ହସେ ଆକାଶରେ ସଞ୍ଜ ନଇଁଗଲା ପରେ
ତୁ ହସୁଛୁ ମୋ ଆଖିରେ ଅନ୍ଧାରରେ ଆଲୁଅରେ

ମନ ମନ୍ଦିରରେ ମୋର ସାଜିବୁ ତୁ ପୂଜାରିଣୀ
ମିଳନର ଇଲାକାରେ ମୁଁ ରାଜା, ତୁ ରାଣୀ
ଖୋଜୁଛି ମୁଁ ତତେ ଯେବେ ଯେଉଁଠି
ଲାଗୁଚି ତୁ ଅଛୁ ଏଇଠି-କେଉଁଠି
ଲାଗୁଚି ତୁ ଅଛୁ ଏଇଠି-କେଉଁଠି

ତୁ ଚାଲୁଥିଲୁ ତୋ ବାଟରେ
ମୁଁ ଚାଲୁଥିଲି ମୋ ବାଟରେ
ଦେଖା ହେଲା ତୋର ମୋର ଯେଉଁଠି
ମନ ହଜିଗଲା ସେଇଠି, ସେଇଠି
ମନ ହଜିଗଲା ସେଇଠି, ସେଇଠି
ମନ ହଜିଗଲା ସେଇଠି, ସେଇଠି
ମନ ହଜିଗଲା ସେଇଠି, ସେଇଠି